ନିଜେ ତୁମେ

1.

ଉଧାର ଆଣ ଆଉ ଚାକରଙ୍କ ଦରମା ବଢାଅ,
ବଢତି ଦରମା ଦିଅ।

ଉଧାର ଆଣ ଆଉ ରାସ୍ତାଘାଟ
ଚକ୍ ଚାକ୍ ରଖ।

ଉଧାର ଆଣ ଆଉ
ଧନୀମାନୀ ଠକଙ୍କୁ
ଲାଭ ଉଠାଇବାର ସୁଯୋଗ ଦିଅ।

2.

ଶାନ୍ତି କେବଳ ଶାନ୍ତି,
ଏଠି ସେଠି ସବୁଠି ରହିଛି ପୂରି
ତୁମ ଭିତରେ।

ଖୋଜ ଆଉ ଦେଖ
ସବୁ ଅସ୍ଥିରତା ଭିତରେ
ସ୍ଥିରତା ଆଉ ଶାନ୍ତି।

ନିଜେ ତୁମେ ପ୍ରତୀକ ଶାନ୍ତିର।

by Gajanan Mishra

Comments (0)

There is no comment submitted by members.