ସମୁଦ୍ର ବେଳାଭୂଇଁ(A Poem In Odia Language)

ତୁମେ ସୀମାହୀନ ସମୁଦ୍ର
ବେଳା ଭୂମିରେ ମୁଁ କ୍ଷୁଦ୍ରାତି କ୍ଷୁଦ୍ରବାଲୁକା ମାତ୍ର
ତୁମ ଉତ୍ତାଳ ଲହରୀରେ
ସହସ୍ର ସହସ୍ର ସ୍ନାନପରେ ମଧ୍ୟ
ମୁଁ ଚାହିଁ ରହିଥାଏ
ଆହୁରି ଅସଂଖ୍ୟ ସ୍ନାନକୁi
ସ୍ବପ୍ନ ସମ ପ୍ରତିଟି ଲହଡି
ମୋତେ ଆକର୍ଷି ନିଏତୁମ ବୁକୁର କେନ୍ଦ୍ରକୁ
ମୁଁ ପୁଣିଛିଟିକି ପଡୁ ଥାଏ
ମୋର ସେଇ ଚିରାଚରିତବାସ୍ତବତା କୁ
ମୋର ଆତ୍ମା ବିସ୍ତାରିତ ହୋଇ ଯାଏ
କୋଟି କୋଟି ବାଲୁକା କଣାରେ
ସେମାନଙ୍କ ସହ ମିଶି ଯାଇ
ମୁଁ ବେଳାଭୂମି ପାଲଟି ଯାଏ
ଆଉ ତୁମସୀମହୀନତାକୁମୋର ଆଲିଙ୍ଗନରେ
ଜଡାଇ ନିଏl

by Bharati Nayak

Comments (8)

ସୀମାହୀନ ସମୁଦ୍ରକୁ ଦେଖି, ମନେପଡେ ସବୁକଥା, ସାଗର ସମ ଈଶ୍ବର ଗାଉଥାଏ ତୁମ ଗାଥା, କ୍ଷୁଦ୍ର ବାଲି କଣା ମୁହିଁ, ବିଶାଳ ବେଳାଭୂମିରେ, ଧନ୍ୟ ହୁଏ ଜୀବନ ମୋ ପ୍ରଭୁ କୃପାଲିଂଗନରେ l Wow what a beautiful poem shared I enjoy this poem Thanks for sharing this poem 💯+++++
ମୁଁ ବେଳାଭୂମି ପାଲଟି ଯାଏ ଆଉ ତୁମସୀମହୀନତାକୁମୋର ଆଲିଙ୍ଗନରେ ଜଡାଇ ନିଏl I just imagine how magnificently a poet can capture such a blissful moment at seashore! A lovely piece of work! I find great pleasure reading it time and again!
Please read the English translation of this poem posted in this Site- - Sea and Sea Shore.
Thank you poets Sri Kumaramani Mahakul, Dr.Dillip Kumar Swain, Sri Subhas Chandra Chakra and Sri Surath Kumar Rout for your kind appreciation of my poem and great comments.
Wow! what a description. I enjoy your poem. Thanks for sharing. 10++++++
See More