ନାହିଁ ରାଣୀ No Queen

ନାହିଁ ରାଣୀ ରାଜାଙ୍କର
ଘର ଭିତର ସବୁ ଅନ୍ଧାର।
ବୁଝିବାର କବିଏ
ଗୂଢ ତତ୍ତ୍ୱ ବୁଝ
ମୋ ଶବ୍ଦର।

କହିଦିଏ ମୋ ଶବ୍ଦ
କିଏ ମୁଁ।
ଆଉ କହିଦିଏ ମୋଠି
ଯାହାଯେତେ ଯାଉଛି କେଉଁଆଡେ।
ହେଉଛି ଯେ ଏତେସେତେ
କିଏ କି ଭିତରେ?
ଯାଉଛି ମାପିବାକୁ ଅଛି ଆଉ
କେତେ କଣ ମହୋଦଧିରେ।

ରାଜା ଆମର ରହନ୍ତି
ସବୁ ସମୟ ଭୟରେ।
ଶୁଣନ୍ତି ନି ଆମ କଥା,
ବୁଝନ୍ତି ନି ଆମ ଭାଷା,
ଆଉ ଆମେ ନ ମରି
ବଂଚିଛୁଁ ଏଠାରେ
ପରିଚିତି ହରାଇ।

by Gajanan Mishra

Comments (0)

There is no comment submitted by members.