କୁହ ନା ଆଉ Tell Not Again

1.

କୁହ ନା ଆଉ ପାଣି କଥା,
ବାକି ଅଛି ଯାହା କହିପାର ।
କହିପାର ଡେଣା ଓଦା,
ଆଉ ପ୍ରଶ୍ନ ବି କମ ଫୁଟିବ ଫୁଲ ।
ଧ୍ୟାନ ଦିଅ ନା ସେଆଡକୁ,
ବିଜୁଳି ଘଡଘଡି ସବୁ ସାଧାରଣ ।
ସବୁଜ ହେଉ କି ନାରେଙ୍ଗୀ,
ରଡିକରି କହିବାକୁ ହେବ କ୍ରମ ବିଧାନ ।

2.

ଯେଉଁମାନଙ୍କୁ ଆମେ
ଦେଉଛୁଁ ଭୋଟ
ବାରମ୍ଵାର ବାରମ୍ଵାର
ଆଉ କହୁଛୁଁ ନେତା
ଜୀ ହାଁ ଜୀ ହାଁ
ସେମାନଙ୍କ ପାଇଁ
କାନ୍ଦୁଛି ମାଟି ମା
ସେମାନଙ୍କ ପାଇଁ
ହଜୁଛି ଆମର ପରିଚୟ
ଆମର ନାଁ ।
ଆମେ କିଏ ଆମକୁ
ଚିହ୍ନିବାକୁ ହେବ ଭାଇନା,
ଆମକୁ ଖୋଲିବାକୁ ହେବ
ଆମର ଆଖି, ଆମେ
କିଏ ଦେଖିବ ଦୁନିଆଁ ।

by Gajanan Mishra

Comments (0)

There is no comment submitted by members.