ମୁଁ ମୋ ଅନ୍ଧାରକୁ To My Darkness

ମୁଁ ମୋ ଅନ୍ଧାରକୁ
ଧରିଛି ଜାବୋଡି
ଆଉ ଖିଲ ଖିଲ ହସୁଛନ୍ତି
ମୋର ଶକ୍ତ ମାଂସପେଶୀ।

ହଳଦିଆ ଆଉ ଲାଲରେ
ରଙ୍ଗୀନ ଦିଶୁଛି ମୁଁ ମୋ ଜାଗାରେ
ଆଉ ପୂରା ପୃଥିବୀଟା
ମୋରି କବଜାରେ।

ରକ୍ଷା କରିବା ଭାର
କେବଳ ମୋଠି
ଭାବୁଛ କିଆଁ ଏମିତି!
ବୁଝେଇଦିଅ ନିଜକୁ ନିଜେ
ଛିଡା କରେଇବାକୁ ପଡେ କେମିତି
ଆସି ପହଂଚେ ଯେବେ ଅମା ଅନ୍ଧାର ରାତି।

by Gajanan Mishra

Comments (0)

There is no comment submitted by members.